ETV Bharat / bharat

900 ବର୍ଷର ପୁରୁଣା ଏଡନ ସୋନିଆ ଡିଜିଟାଟା ବୃକ୍ଷ, ଯେଉଁଠି ଉଠିବ ଖୁସି ଭରିବ - ADEN SONIA DIGITATA

ଏଡନ ସୋନିଆ ଡିଜିଟାଟା ଏକ ଆଫ୍ରିକୀୟ ପ୍ରଜାତିର ବୃକ୍ଷ । ଗଛ ନୁହେଁ ତ ଯେମିତି ଭଗବାନଙ୍କର ବରଦାନ । ଯେଉଁଠି ଉଠିବ, ମଣିଷ ଜୀବନକୁ ହସଖୁସିରେ ଭରି ଦେବ ।

ଆଫ୍ରିକୀୟ ପ୍ରଜାତିର ବୃକ୍ଷ
ଆଫ୍ରିକୀୟ ପ୍ରଜାତିର ବୃକ୍ଷ (ETV Bharat)
author img

By ETV Bharat Odisha Team

Published : June 8, 2025 at 2:05 PM IST

2 Min Read

ADEN SONIA DIGITATA ରାଞ୍ଚି: 900 ବର୍ଷର ଗଛଟିଏ, ହେଲେ ଭାରି କାମର । ଗଛ ନୁହେଁ ତ ଯେମିତି ଭଗବାନଙ୍କର ବରଦାନ । ଯେଉଁଠି ଉଠିବ, ମଣିଷ ଜୀବନକୁ ହସଖୁସିରେ ଭରି ଦେବ । ଯେଉଁଠି ଏ ଗଛ ଥିବ, ସେଠି ପାଣିର ଅଭାବ ରହିବ ନାହିଁ । ହେଲେ ଦୁଃଖର ବିଷୟ, ଏପରି ଏକ ଉପକାରୀ ଗଛର ନୂଆ ଚାରା ମିଳୁନି । ଅନେକ ଚେଷ୍ଟା ସତ୍ତ୍ୱେ ମଞ୍ଜିରୁ ଗଜା ଅଙ୍କୁରିତ ହେଉନି । ଏହି ରହସ୍ୟମୟ ଗଛର ନାଁ ଏଡନ ସୋନିଆ ଡିଜିଟାଟା ।

ଆଫ୍ରିକୀୟ ପ୍ରଜାତିର ବୃକ୍ଷ
ଆଫ୍ରିକୀୟ ପ୍ରଜାତିର ବୃକ୍ଷ (ETV Bharat)

ଏଡନ ସୋନିଆ ଡିଜିଟାଟା ଏକ ଆଫ୍ରିକୀୟ ପ୍ରଜାତିର ବୃକ୍ଷ । ତେବେ ଭାରତରେ ଏହାକୁ ଇଂଲିଶ କଇଁଆ ବା ଧଳା ତେନ୍ତୁଳି କହନ୍ତି । ଝାଡଖଣ୍ଡର ପଲାମୁରେ ଏହି ଏଡନ ସୋନିଆ ଡିଜିଟାଟା ଗଛ ତିନୋଟି ରହିଛି । ସେହିପରି ରାଞ୍ଚିରେ 2ରୁ 3ଟି ଗଛ ରହିଛି । କହିବାକୁ ଗଲେ, ଭାରତରେ ମୋଟ 500ଟି ଏଡନ ସୋନିଆ ଡିଜିଟାଟା ଗଛ ରହିଛି । ପଲାମୁରେ ଥିବା ଏକ ସଂସ୍ଥା ସେସା ଏହି ଗଛ ଉପରେ ଗବେଷଣା କରୁଛି । ସଂସ୍ଥା ସାମ୍ନାରେ ଏକ ବୋର୍ଡ ଲାଗିଛି । ଏହି ବୋର୍ଡରେ ଗଛ ବିଷୟରେ ସବିଶେଷ ତଥ୍ୟ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ଏହି ଗଛ ପଲାମୁର ମେଦିନୀନଗର ସ୍ଥିତ ନୂଆ ମହଲ୍ଲାର 200ରୁ 300 ମିଟର ଦୂରରେ ରହିଛି ।

ଭାରତକୁ କେମିତି ଆସିଲା ଆଫ୍ରିକା ପ୍ରଜାତିର ଏଇ ଗଛ

ଏଡନ ସୋନିଆ ଡିଜିଟାଟା ଗଛ ଭାରତକୁ କେମିତି ଆସିଲା ସେ ବିଷୟରେ କୌଣସି ସଠିକ ତଥ୍ୟ କାହା ପାଖରେ ନାହିଁ । ପଲାମୁକୁ ଏହି ଗଛ କେଉଁଠୁ ଆସିଲା ତାହା ବି କେହି ଜାଣନ୍ତି ନାହିଁ । ଏହି ଦୁର୍ଲଭ ପ୍ରଜାତିର ଗଛକୁ ଆଫ୍ରିକୀୟ ଦେଶରେ ଖୁବ ଉପକାରୀ ଗଛ ଭାବେ ବିବେଚନା କରାଯାଏ । ଏହି ଗଛ ପରିବେଶକୁ ସୁରକ୍ଷିତ ରଖିବା ସହ ଜଳ ସଂରକ୍ଷଣ ବି କରିଥାଏ । ଯେଉଁ ଅଞ୍ଚଳରେ ଏହି ଗଛ ରହିଛି, ସେଠାରେ 200 ମିଟର ପରିବ୍ୟାପ୍ତ ଅଞ୍ଚଳରେ ଜଳସ୍ତର ଖୁବ ଭଲ ଥାଏ । ଏହି ଅଞ୍ଚଳରେ 35ରୁ 40 ଫୁଟ ତଳେ ଜଳସ୍ତର ରହିଥାଏ । ଅନ୍ୟପକ୍ଷେ ବୃକ୍ଷଠାରୁ 500 ମିଟର ଦୂର ଅଞ୍ଚଳରେ ଜଳସ୍ତର 500ରୁ 1000 ମିଟର ତଳେ ଥାଏ ।

ବୃକ୍ଷରେ ଲାଗିଥିବା ଫଳକ
ବୃକ୍ଷରେ ଲାଗିଥିବା ଫଳକ (ETV Bharat)

ନୂଆ ମହଲ୍ଲାର ୱାର୍ଡ କମିଶନର ପ୍ରଦୀପ ଅକେଲା କୁହନ୍ତି, ‘ଏହି ବୃକ୍ଷ ବିଷୟରେ ଅନେକ କଥା ଶୁଣିବାକୁ ମିଳିଥାଏ । ସ୍ଥାନୀୟ ଲୋକ କହନ୍ତି, ଏହି ଗଛ ସମୁଦ୍ର ମନ୍ଥନରୁ ବାହାରିଥିଲା । ଏହି ଗଛର ସବୁଠାରୁ ଭଲ ଗୁଣ ହେଉଛି, ଗଛଠାରୁ 35-40 ଫୁଟ ତଳେ ଜଳ ଥାଏ । ସ୍ଥାନୀୟ ଲୋକେ ଏହି ଗଛ ତଳେ ଏକ ହ୍ୟାଣ୍ଡ ପମ୍ପ ଲଗାଇ ଦେଇଛନ୍ତି । ଏଥିରୁ ପାଣି ନେବା ପାଇଁ ଦୂର ଦୂରାନ୍ତରୁ ଲୋକେ ଅସିଥାନ୍ତି ।’

ଆଜି ଯାଏ ଗୋଟିଏ ବି ଚାରା ଗଛ ସୃଷ୍ଚି ହୋଇପାରିନି

ଏଡନ ସୋନିଆ ଡିଜିଟାଟା ଗଛର ଚାରା ଗଛ ଲଗାଇବା ପାଇଁ ଏକାଧିକବାର ଚେଷ୍ଟା କରାଯାଇଛି । ହେଲେ ଗୋଟିଏ ବି ନୂଆ ଗଛ ସୃଷ୍ଚି ହେଇ ପାରିନାହିଁ । ବିଶେଷଜ୍ଞ ପ୍ରଫେସର ଡିଏସ ଶ୍ରୀବାସ୍ତବଙ୍କ କହିବା ଅନୁଯାୟୀ, ଇଂରେଜମାନେ ବୋଧହୁଏ ଏହି ଗଛକୁ ଭାରତ ନେଇ ଆସିଥିଲେ । ଏହା ଏକ ଆଫ୍ରିକୀୟ ପ୍ରଜାତିର ବୃକ୍ଷ ଅଟେ । ଆଫ୍ରିକାର ଗରମ ଜଳବାୟୁରେ ଏହା ଭଲ ବଢିଥାଏ । ପ୍ରଫେସର ଶ୍ରୀବାସ୍ତବ ଆହୁରି କହିଛନ୍ତି, ଏହି ବୃକ୍ଷର ନୂଆ ଚାରା ଲଗାଇବା ପାଇଁ ଅନେକ ଚେଷ୍ଟା କରାଯାଇଛି । ହେଲେ ଆଜିଯାଏ ସଫଳତା ମିଳିନାହିଁ । ଏହି ଗଛର ମଞ୍ଜିକୁ ଗରମ କରି, ସଢାଇ ତଥା ଅନ୍ୟ ଉପାୟ ଅବଲମ୍ବନ କରି ଚାରା ତଆରି କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ କେଉଁଥିରେ ସଫଳତା ମିଳି ନ ଥିଲା ।

ବୃକ୍ଷର ବୀଜ ଅଙ୍କୁରିତ ହୋଇ ପାରୁନାହିଁ,ଯେଉଁଥିପାଇଁ ନୂଆ ଚାରା ସୃଷ୍ଚି ହୋଇ ପାରୁନାହିଁ । ଏହା ପଛରେ ଅନେକ କାରଣ ଥାଇପାରେ । ସବୁଠାରୁ ବଡ କାରଣ ହେଉଛି, ଜଳବାୟୁ । ଅନ୍ୟ ଏକ କାରଣ ହେଉଛି, ବୃକ୍ଷ ମଧ୍ୟରେ ଅଧିକ ଦୂରତା । ବାଦୁଡି ପରି ପକ୍ଷୀମାନେ ବୀଜ ଅଙ୍କୁରୀକରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ । ହେଲେ ସେମାନଙ୍କ ସଂଖ୍ୟା ମଧ୍ୟ କମ୍ ଗଲାଣି ବୋଲି ପ୍ରଫେସର ଶ୍ରୀବାସ୍ତବ କହିଛନ୍ତି ।

ଅନ୍ୟପକ୍ଷେ ପରିବେଶବିଦ୍ କୌଶଲ କିଶୋର ଜୟସୱାଲଙ୍କ କହିବା ଅନୁଯାୟୀ, ଏହି ବୃକ୍ଷ ପରିବେଶ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ବୃକ୍ଷ ଯୋଗୁ ଭୂତଳ ଜଳସ୍ତର ଭଲ ରହେ ଏବଂ ଫ୍ଲୋରାଇଡ ସମସ୍ୟା ମଧ୍ୟ ରହେ ନାହିଁ ।

ଏହା ମଧ୍ୟ ପଢନ୍ତୁ ମହିଳାଙ୍କ ଅଦ୍ଭୂତ କାହାଣୀ; ରୋଷେଇ କରନ୍ତି ଗୁଜୁରାଟରେ, ଖାଆନ୍ତି ମହାରାଷ୍ଟ୍ରରେ

ଏହା ମଧ୍ୟ ପଢନ୍ତୁ ଏଇଠି ବିବାହ କରିଥିଲେ ଶିବ-ପାର୍ବତୀ, କପଲଙ୍କ ପାଇଁ ପାଲଟିଛି ୱେଡିଂ ଡେଷ୍ଟିନେସନ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.