ନୂଆଦିଲ୍ଲୀ: ଇଚ୍ଛାଶକ୍ତି ଆଗରେ ହାରି ମାନିଛି ବୟସ । ପରିଣତ ବୟସରେ ବି କିଛି ନୂଆ କରିହୁଏ ତାହା ପ୍ରମାଣିତ କରିଛନ୍ତି ନୂଆଦିଲ୍ଲୀର ଶିଲା ବଜାଜ । ବୟସ 81 ହେଲାଣୀ, ଚମ ଧୂଡ ଧୂଡ, ଚାଲିବାକୁ ମଧ୍ୟ ପାଦରେ ବଳ ନାହିଁ । କିନ୍ତୁ ଏହି ବୟସରେ ସେ ହୋଇପାରିଛନ୍ତି ରୋଜଗାର କ୍ଷମ । ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏବେ ଷ୍ଟାର୍ଟଅପ କୁଇନ ଭାବେ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ତେବେ ଆସନ୍ତୁ ଜାଣିବା କିପରି ଘରେ ବସି ପରିଣତ ବୟସରେ ସ୍ବାବଲମ୍ବୀ ହୋଇପାରିଛନ୍ତି ଶେଇଲା ...
ପରିଣତ ବୟସରେ ଥକିପଡିନି ହାତ:
81 ବର୍ଷିୟ ଶେଇଲା ପଶ୍ଚିମ ଦିଲ୍ଲୀର ଜାନକପୁରରେ ରୁହନ୍ତି । ବୟସ ଅଧିକ କାରଣରୁ ସେ ଭଲରେ ଚାଲି ମଧ୍ୟ ପାରୁ ନାହାନ୍ତି । ସେଥି ପାଇଁ ଘରେ ରୁହନ୍ତି । ପାଦରେ ବଳ ନଥିବା ହେତୁ ସେ ସିନା ଚାଲିପାରୁନାହାନ୍ତି କିନ୍ତୁ ତାଙ୍କ ମନୋବଳ ଓ ହାତ ଥକିପଡିନି । ଉଲ ଓ କ୍ରୋଚେଟ୍ (crochet) ମାଧ୍ୟମରେ ସେ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର କାନଫୁଲ, ଘର ସାଜସଜ୍ଜା, ପୋଷାକ ଓ ଛୋଟ ପିଲାଙ୍କ ଖେଳନା ମଧ୍ୟ । ଯାହାକୁ ଦେଖିଲେ ଆଖି ଖୋସି ହୋଇ ଯାଉଛି । ଦିନେ ସେ ସମୟ କଟାଇବା ପାଇଁ ବୁଣାବୁଣି କରୁଥିଲେ, ଏବେ କିନ୍ତୁ ଏହା ଦ୍ବାରା ସେ ରୋଜଗାରକ୍ଷମ ହୋଇପାରୁଛନ୍ତି ।

ମାଆଙ୍କ ଗାଳିରୁ ଶିଖିଥିଲେ ବୁଣିବା କାମ:
ଶିଲା କହିଛନ୍ତି ଯେ, ଯେତେବେଳେ ସେ ଛୋଟ ଥିଲେ, ତାଙ୍କ ମା ତାଙ୍କୁ ଉଲରେ ବୁଣାବୁଣି କରିବାକୁ କହିଥିଲେ । ସେ କିନ୍ତୁ ଏଥିରେ ମନୋବଳାଇନଥିଲେ । ଦିନେ କ୍ରୋଧରେ ସେ ତାଙ୍କ ମାଉସୀ ଘରକୁ ଯାଇ ସେଠାରେ ବୁଣିବା ଶିଖିଥିଲେ । ଧୀରେ ଧୀରେ ସେ ଛୋଟ ଘରୋଇ ଜିନିଷ ତିଆରି କରିବା ଆରମ୍ଭ କଲେ । ବିବାହ ପରେ ଏହି କାମ କରିବା ଜାରି ରଖିଥିଲେ । ଯଦି କାହାର ବିବାହ ହୁଏ ସେ ଉଲରେ ପୋଷାକ ଏବଂ ଘର ସାଜସଜ୍ଜା ସାମଗ୍ରୀ ତିଆରି କରି ଉପହାର ଦିଅନ୍ତି । କିନ୍ତୁ ସେ ଭାବି ନଥିଲେ ଦିନେ ଏହା ତାଙ୍କୁ ରୋଜଗାର ଦେବ ।
ଷ୍ଟାର୍ଟଅପ ଆରମ୍ଭ:
ବୟସ ବଢିବା କାରଣରୁ ଶିଲା ବାହାରକୁ ଯିବା ଆସିବା ବନ୍ଦ ହୋଇଗଲା । କୋରୋନା ସମୟରେ ସେ ପୁରା ଘରେ ରହିଲେ । ସେ ସମୟରେ ତାଙ୍କ ନାତୀ ନାତୁଣୀଙ୍କ ପୁରୁଣା ପୋଷାକ, ସ୍ବେଟର ବାହାର କରିବାକୁ କହିଲେ, ଯାହାକୁ ନେଇ ସେ କିଛି ନୂଆ କରିପାରିବେ । ଏହି କାମ ତାଙ୍କ ନାତୁଣୀଙ୍କୁ ବହୁତ ପସନ୍ଦ ଆସିଲା । ଏହାକି ସେ ସୋସିଆଲ ମିଡିଆ ମାଧ୍ୟମରେ ବିକ୍ରି କରିବା ଆରମ୍ଭ କଲା । ଗତ 5 ବର୍ଷ ହେଲା ମୋ ହାତ ତିଆରି ସାମଗ୍ରୀ ଅନଲାଇନରେ ବିକ୍ରି ହେଉଛି ବୋଲି କହିଛନ୍ତି ଶିଲା ।
ଶିଲାଙ୍କ ହାତ ତିଆରି ଜିନିଷ ଗ୍ରାହକ ମାନେ ବହୁତ ପସନ୍ଦ କରୁଛନ୍ତି:
ଯେତେବେଳେ ଗ୍ରାହକମାନେ ତାଙ୍କ ସାମଗ୍ରୀକୁ ପସନ୍ଦ କରନ୍ତି ଏବଂ ପ୍ରଶଂସା କରନ୍ତି, ସେତେବେଳେ ଶିଲା ବହୁତ ଖୁସି ଅନୁଭବ କରନ୍ତି । ଶିଲା କହିଛନ୍ତି, ତାଙ୍କ ପାଇଁ କେହିବି ଗ୍ରାହକ ନୁହନ୍ତି, ସମସ୍ତେ ତାଙ୍କର ପିଲା ପରି । ଲୋକମାନେ ଯେକୌଣସି ସାମଗ୍ରୀ କିଣିକି ନେଉଛନ୍ତି ସେଥିରେ ମୋର ମୋର ପ୍ରେମ ଏବଂ ଆଶୀର୍ବାଦ ମଧ୍ୟ ରହିଛି । ଲୋକଙ୍କ ଭଲ ପାଇବା ମୋତେ କାମ କରିବାକୁ ଅଧିକ ଶକ୍ତି ଦେଇଥାଏ ।
ବର୍ଷକୁ ରୋଜଗାର ଲକ୍ଷ ଲକ୍ଷ ଟଙ୍କା:
ଶିଲାଙ୍କ ବୟସ ବଢୁଛି ସତ, କିନ୍ତୁ ତାଙ୍କ ବୁଣିବାର ସ୍ପିଡରେ କୌଣସି ପରିବର୍ତ୍ତନ ଆସିନାହିଁ । ସେ ଦିନ ସାରା ଘରେ ବସି ବୁଣି ଥାନ୍ତି । ବର୍ତ୍ତମାନ ଏକ ସପ୍ତାହରେ 20 ରୁ 25 ଅର୍ଡର ଆସୁଛି । ସମସ୍ତ ଖର୍ଚ୍ଚକୁ ମିଶାଇ ମାସକୁ ପ୍ରାୟ 30,000 ଟଙ୍କା ରୋଜଗାର ହେଉଛି । ଏହି ଅନୁଯାୟୀ, ଶିଲା ଗୋଟିଏ ବର୍ଷରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏବେ ସେ ଷ୍ଟାର୍ଟଅପ୍ କୁଇନ ନାମରେ ସେ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।
ଶିଲାଙ୍କ ଠୁ ତାଲିମ ନେଉଛନ୍ତି ଅନ୍ୟ ମାନେ:
ଶିଲାଙ୍କ ନାତୁଣୀ କହିଛନ୍ତି ଯେ, ଜେଜେ ମାଆଙ୍କ ଏରରି କାମ ପାଇଁ ଆମେ ବହୁତ ଖୁସି ଅନୁଭବ କରୁ । କୋରୋନା ଲକଡାଉନ୍ ପୂର୍ବରୁ ଜେଜେମା କିଛି କାମ କରୁଥିଲେ ଏବଂ ମନ୍ଦିରକୁ ମଧ୍ୟ ଯାଉଥିଲେ । କିନ୍ତୁ ଲକଡାଉନ ପରେ ସେ ଘରେ ବସି ରହିଲେ । ପ୍ରତିଦିନ ବୁଣାବୁଣିରେ ଲାଗି ପଡିଲେ । ତାଙ୍କର ହାତ ତିଆରି ସାମଗ୍ରୀକୁ ମୁଁ ଅନଲାଇନ ମାଧ୍ୟମରେ ବିକ୍ରି କରିବାକୁ ଚିନ୍ତାକଲି । ପ୍ରଥମେ ଏକ କାନଫୁଲର ଅର୍ଡର ଆସିଥିଲା । ଅନେକ ବୃଦ୍ଧା ଜେଜେ ମାଆଙ୍କ ଠାରୁ ବୁଣାବୁଣି ଶିଖି ରୋଜଗାରକ୍ଷମ ହୋଇଛନ୍ତି ।