ଓଡିଶା

odisha

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ

By

Published : Jun 4, 2023, 12:29 PM IST

ପୁରୀ:ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଏଥିପାଇଁ ଭୋରୁ ନୀତିକାନ୍ତି ଆରମ୍ଭ ହେବା ପରେ ରତ୍ନବେଦୀରୁ ସ୍ନାନ ବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ । ସେପଟେ ୧୨.୪୫ ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ ନୀତି ହେବା ପରେ ୧.୫୦ ମିନିଟରେ ମଇଲମ, ମେକାପ ସର୍ବାଙ୍ଗ ଓ ନୂଆ ଲୁଗା ବେଶ, ମଧ୍ୟାହ୍ନ ୨ଟା ରେ ଛେରା ପହଁରା ନୀତି ଅନୁଷ୍ଠିତ ହେବ । ଏହାପରେ ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ସ୍ନାନ ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର । ଆଜି ସ୍ନାନବେଦୀରେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details