ଓଡିଶା

odisha

ସ୍ନାନଯାତ୍ରା ହେଲା ଅନ୍ତିମ ଯାତ୍ରା, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

By

Published : Jun 4, 2023, 3:47 PM IST

Updated : Jun 4, 2023, 6:02 PM IST

devotee died at srimandir

ଦେବସ୍ନାନ ପୂର୍ଣ୍ଣିମାରେ ଅଘଟଣ । ମହାପ୍ରଭୁଙ୍କ ଦର୍ଶନ ବେଳେ ଟଳି ପଡ଼ିଲେ ଭକ୍ତ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ । ଆଜି ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଟିଏ କାହିଁ କେତେ ଦୂରରୁ ଚାଲିଛି । ଏହାରି ଭିତରେ ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି ।

ମୃତ ଶ୍ରଦ୍ଧାଳୁ ଜଣକ ହେଉଛନ୍ତି ରାଜସ୍ଥାନର ଅମ୍ବଲାଲ ଭୋଇ । ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଦେଖିବାକୁ ପୁରୀ ଆସିଥିଲେ । ସ୍ନାନ ମଣ୍ଡପ ନିକଟରେ ଶ୍ରୀଜିଉଙ୍କ ଦର୍ଶନ କରୁଥିଲେ । ଅତ୍ୟଧିକ ଭିଡ଼ ଯୋଗୁଁ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ସିଂହଦ୍ଵାର ନିକଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ଶ୍ରୀଜିଉଙ୍କ ଦେବସ୍ନାନ ବେଳେ ଆଉ ଏକ ଅଘଟଣ ଦେଖିବାକୁ ମିଳିଛି । ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତଛିଟା ପଡ଼ିଥିବା ସୂଚନା ମିଳିଛି । ରକ୍ତଛିଟା ପଡ଼ିଥିବା ନେଇ ଜେଟିପି ଦେଖିବା ପରେ ସଙ୍ଗେସଙ୍ଗେ ପାଳିଆ ସେବକଙ୍କୁ ସୂଚନା ଦିଆଯାଇଥିଲା । ଏହାପରେ ମହାପ୍ରଭୁଙ୍କକ ମହାସ୍ନାନ ନୀତି କରାଯିବ । କୌଣସି ଜଣେ ସେବାୟତଙ୍କ ଠାରୁ ରକ୍ତଛିଟା ଲାଗିଥିବା କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ:ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ପ୍ରକାଶ ଥାଉକି, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନଯାତ୍ରା ହୁଏ । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ସ୍ନାନବେଦୀରେ ସାଆନ୍ତେଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ଭଗବାନକୁ ଦେଖି ଭାବ ବିହ୍ବଳ ହୋଇଛନ୍ତି ଭକ୍ତ । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ । ସାଧାରଣତଃ ବର୍ଷରେ ଗୋଟିଏ ଥର ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି । ଏହିଦିନ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ସୁଦର୍ଶନଙ୍କ ଜନ୍ମଦିନ ବୋଲି କୁହାଯାଏ । ତାଙ୍କୁ ଦର୍ଶନ କରିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ଼ । ଏହି ଦିନ ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀ ମନ୍ଦିରରେ ସୁବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated :Jun 4, 2023, 6:02 PM IST

ABOUT THE AUTHOR

...view details