ଓଡିଶା

odisha

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ଆହତଙ୍କୁ ଭେଟିଲେ

By

Published : Jun 4, 2023, 9:12 AM IST

Updated : Jun 4, 2023, 3:14 PM IST

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏମ୍ସ ଓ ଏସସିବି ଯାଇ ଆହତଙ୍କୁ ଭେଟିବେ । ଅଧିକ ପଢନ୍ତୁ

ଆହତଙ୍କୁ ଭେଟିଲେ

ଭୁବନେଶ୍ବର: ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପାଇଁ ସେ ପ୍ରଥମେ ଭୁବନଶ୍ବରେ ଏମ୍ସ ଯାଇଛନ୍ତି । ସେ ହସ୍ପିଟାଲରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ ଓ ସ୍ବାସ୍ଥ୍ୟସେବା ଯାଞ୍ଚ୍‌ କରିବେ । ଏହାପରେ ସେ କଟକ ବଡ଼ ମେଡିକାଲକୁ ଯାଇ ଆହତମାନଙ୍କୁ କିପରି ଚିକିତ୍ସା ମିଳୁଛି ତାହାର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ବାଲେଶ୍ବର ଡାକ୍ତରଖାନା ଗସ୍ତ କରି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସହ ଫୋନରେ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାମିଲନାଡୁର ୩ ଜଣ ମନ୍ତ୍ରୀ ଘଟଣାସ୍ଥଳ ଗସ୍ତ କରିଥିଲେ । ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ କିପରି ସ୍ବାସ୍ଥ୍ୟସେବା ମିଳୁଛି ତାହାର ତଦାରଖ କରିବା ପାଇଁ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଓଡିଶାରେ ପହଞ୍ଚିଛନ୍ତି ।

ଏହାମଧ୍ୟ ପଢନ୍ତୁ: Odisha Train Mishap: ବାଲେଶ୍ବର ମେଡିକାଲରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଗତ ଶୁକ୍ରବାର ରାତିରେ ବାହାନଗାଠାରେ ୩ଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଟ୍ରେନ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦୦ ଜଣ ଆହତ ହୋଇଛନ୍ତି । ଆହତମାନେ ବାଲେଶ୍ବର, ଭଦ୍ରକ, କଟକ ଓ ଭୁବନେଶ୍ବର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟପଟେ ଦୁର୍ଘଟଣା ପରେ ବର୍ତ୍ତମାନ ଦୁର୍ଘଟଣା ସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ ଚାଲିଛି । ରେଳ ଧାରଣାରୁ ବଗି ହଟାଯାଉଛି । ପୁନରୁଦ୍ଧାର କାର୍ଯ୍ୟରେ ଏକ ହଜାରରୁ ଅଧିକ ମାନବ ସମ୍ବଳ ସହ ୭ଟି ପ୍ରୋକ୍ଲିନ ମେସିନ୍‌, ଦୁଇଟି ଦୁର୍ଘଟଣା ରିଲିଫ୍‌ ଟ୍ରେନ୍‌ ଓ ରୋଡ୍‌ କ୍ରେନ ନିୟୋଜିତ ହୋଇଛନ୍ତି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ମରାମତି କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ : Train Tragedy: ପୁଅକୁ ଖୋଜି କଟକରେ ବାପା, SCBରେ ଭାଇକୁ ପାଇଲା ଭାଇ

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 4, 2023, 3:14 PM IST

ABOUT THE AUTHOR

...view details