ଓଡିଶା

odisha

ଭଦ୍ରକରୁ ଚେନ୍ନାଇ ଯିବ ସ୍ପେଶାଲ ଟ୍ରେନ, ମୃତଦେହ ସମ୍ପର୍କରେ ଜାଣିବାକୁ BMCର ସ୍ୱତନ୍ତ୍ର ବ୍ୟବସ୍ଥା

By

Published : Jun 4, 2023, 11:56 AM IST

special train will run from Bhadrak to Chennai

ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଗଡ଼ିବ ଏକ ସ୍ପେଶାଲ ଟ୍ରେନ୍। ଏହି ରୁଟରେ ଥିବା କଟକ, ଭୁବନେଶ୍ୱର ସହ ଅନ୍ୟ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ ଏହି ସ୍ଵତନ୍ତ୍ର ଟ୍ରେନ୍ । ଫସି ରହିଥିବା ଯାତ୍ରୀ ଏଥିରେ ଯାତ୍ରା କରିବେ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜି ଭଦ୍ରକରୁ ଚେନ୍ନାଇ ଗଡ଼ିବ ଏକ ସ୍ପେଶାଲ ଟ୍ରେନ । ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଅଭିମୁଖେ ବାହାରିବ ଏହି ଟ୍ରେନ୍। କଟକ, ଭୁବନେଶ୍ୱର ସହ ଅନ୍ୟ ସମସ୍ତ ମୁଖ୍ୟ ଷ୍ଟେସନରେ ରହିବ ଏହି ସ୍ଵତନ୍ତ୍ର ଟ୍ରେନ୍‌ । ଫସି ରହିଥିବା ଯାତ୍ରୀ ଓ ପରିବାର ବର୍ଗ ଏଥିରେ ଉପକୃତ ହେବେ । ଆବଶ୍ୟକ ହେଲେ ଟ୍ରେନ୍‌ରେ ପାର୍ସଲ ଭ୍ୟାନର ବ୍ୟବସ୍ଥା ରହିବ । ପାର୍ସଲ ଭ୍ୟାନରେ ମୃତଦେହ ବହନ କରିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରହିବ । ଗତକାଲି ଏକ ସ୍ବତନ୍ତ୍ର ଯୋଗେ 190 ଜଣ ଯାତ୍ରୀ ବାଲେଶ୍ଵର, କଟକ ଏବଂ ଭୁବନେଶ୍ବରରୁ ଯାତ୍ରା କରିଥିଲେ ।

ବିଏମ୍‌ସି ଜାରି କଲା ହେଲ୍ପ ଲାଇନ ନମ୍ବର:ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ବିଏମସି ପକ୍ଷରୁ ହେଲ୍ପ ଲାଇନ୍ ନଂ ୧୯୨୯ ଜାରି କରାଯାଇଛି । ହେଲ୍ପ ଲାଇନକୁ ଫୋନ୍ କରି ଜାଣିପାରିବେ ମୃତଦେହ ରଖାଯାଇଥିବା ସ୍ଥାନ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ 160ଟି ମୃତଦେହ ସଂରକ୍ଷିତ ଭାବରେ ରଖାଯାଇଛି । ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଏମ୍ସରେ ଟ୍ରେନ୍‌ ଟ୍ରାଜେଡିର ଆହତଙ୍କୁ ଭେଟିବେ । ଏହାପରେ କଟକ ଏସସିବି ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରେ ପହଞ୍ଚିଲା 160 ମୃତଦେହ:ଏପଟେ ଆଜି ସକାଳ ସମୟରେ ବାଲେଶ୍ବରରୁ ଭୁବନେଶ୍ୱରକୁ 160 ଟି ମୃତଦେହ ଆସି ପହଞ୍ଚିଛି । ରାଜଧାନୀର ବିଭିନ୍ନ ହସ୍ପିଟାଲରେ ରଖାଯିବ ଏହି ମୃତଦେହ । ଏପରିକି ଏମ୍ସରେ 100 ମୃତଦେହ ରଖିବାର ବ୍ୟବସ୍ଥା କରାଯାଇଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ପ୍ରାୟ ସନ୍ଧ୍ୟା ବେଳେ ବାଲେଶ୍ୱରର ବାହାନଗା ନିକଟରେ ହୋଇଥିଲା ଟ୍ରେନ୍‌ ଦୁର୍ଘଟଣା । ଏହି ଟ୍ରେନ୍‌ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦୦ ଜଣ ଆହତ ହୋଇଛନ୍ତି । ଆହତମାନେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣା ଘଟିଥିବା ରେଳ ଧାରଣାରେ ମରାମତି କାର୍ଯ୍ୟ ଜାରି ରହିଛି । ଆଜି ସକାଳ ସମୟରେ ରେଳମନ୍ତ୍ରୀ ପୁଣିଥରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଟ୍ରେନ୍‌ ଦୁର୍ଘଟଣା ନେଇ ସକାଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ବରିଷ୍ଠ ନେତା ଟେଲିଫୋନରେ ଦୀର୍ଘ ସମୟ ଧରି କଥା ହୋଇଛନ୍ତି । ତ୍ବରିତ ପଦକ୍ଷେପ ଯୋଗୁଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୫ ଲକ୍ଷ ଓ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details