ଓଡିଶା

odisha

Train Mishap: ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ପହଞ୍ଚିଲା ସମ୍ପର୍କୀୟଙ୍କୁ ନେଇ ଆସୁଥିବା 2ଟି ସ୍ବତନ୍ତ୍ର ଟ୍ରେନ

By

Published : Jun 4, 2023, 4:00 PM IST

Updated : Jun 4, 2023, 5:20 PM IST

Etv Bharat

ମୃତକଙ୍କ ଚିହ୍ନଟ ପାଇଁ ଭଦ୍ରକ ଓ ଚେନ୍ନାଇରୁ 2ଟି ସ୍ବତନ୍ତ୍ର ଟ୍ରେନ ଯୋଗେ ଆସୁଛନ୍ତି ସମ୍ପର୍କୀୟ। ତେବେ ଚେନ୍ନାଇ ଓ ଭଦ୍ରକରୁ ଆସୁଥିବା ଟ୍ରେନଟି ଭୁବନେଶ୍ବରରେ ପହଞ୍ଚି ସାରିଥିବା ନେଇ ସୂଚନା ମିଳିଛି। ଅଧିକ ପଢନ୍ତୁ

Train Mishap: ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ, ପହଞ୍ଚିଲା ସମ୍ପର୍କୀୟଙ୍କୁ ନେଇ ଆସୁଥିବା 2ଟି ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର: ବାଲେଶ୍ବର ବାହାନାଗା ରେଳ ଦୁର୍ଘଟଣା ପରେ ମୃତକଙ୍କ ପରିଚୟକୁ ନେଇ ଚିନ୍ତା । ମିଳୁନି ଅଧିକାଂଶ ମୃତକଙ୍କ ପରିଚୟ କି ହୋଇପାରୁନି ଚିହ୍ନଟ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ଚିହ୍ନଟ ପାଇଁ ଆସୁଛନ୍ତି ହଜାର ହଜାର ସମ୍ପର୍କୀୟ । ଏଥିପାଇଁ 2ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା ହୋଇଥିବା ସୂଚନା ରହିଛି। ଚେନ୍ନାଇରୁ ଆସିବାକୁ ଥିବା ଟ୍ରେନଟି ଭୁବନେଶ୍ବରରେ ପ୍ରଥମେ ପହଞ୍ଚିଥିବା ବେଳେ ଭଦ୍ରକରୁ ଆସୁଥିବା ସ୍ବତନ୍ତ୍ର ଟ୍ରେନଟି ମଧ୍ୟ ପହଞ୍ଚି ସାରିଥିବା ନେଇ ସୂଚନା ମିଳିଛି।

ଭୁବନେଶ୍ବରରେ ପହଞ୍ଚିଲା ସମ୍ପର୍କୀୟଙ୍କୁ ଧରି ଚେନ୍ନାଇରୁ ଆସୁଥିବା ଟ୍ରେନ

ଚେନ୍ନାଇରୁ ଗୋଟିଏ ଟ୍ରେନରେ ଅନେକ ସମ୍ପର୍କୀୟମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେହିପରି ଭଦ୍ରକରୁ ମଧ୍ୟ ଗୋଟିଏ ଟ୍ରେନର ବ୍ୟବସ୍ଥା ହୋଇଛି । ତେବେ ଷ୍ଟେସନ ପରିସରରେ ମଧ୍ୟ ହେଲପ ଡେସ୍କ ଖୋଲାଯାଇଥିବା ବେଳେ ଏଥିପାଇଁ କିଛି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏନେଇ କିଛି ଅଧିକାରୀଙ୍କୁ ଷ୍ଟେସନରେ ଦାୟିତ୍ବ ଦିଆଯାଇଛି । ଯେଉଁମାନେ ଆସୁଥିବା ସମ୍ପର୍କୀୟମାନଙ୍କୁ ଏକାଠି କରି ବିଏମସିର କିଛି ଅଧିକାରୀଙ୍କ ଜରିଆରେ ସ୍ବତନ୍ତ୍ର ଗାଡି ଯୋଗେ ସେମାନଙ୍କୁ ବିଭିନ୍ନ ହସ୍ପିଟାଲକୁ ନେଇକି ଯିବେ। ସେଠାରେ ଥିବା ମୃତଦେହକୁ ସମ୍ପର୍କୀୟମାନେ କିପରି ଚିହ୍ନଟ କରିବେ ସେ ନେଇ ମିଳିତ ଭାବେ କୋର୍ଡିନେଟ କରିବେ । ଏହି ଅଧିକାରୀମାନେ ଏମ୍ସ ନେଇ ମଧ୍ୟ ମୃତଦେହ ଚିହ୍ନଟ କରିବେ ।

ଭୁବନେଶ୍ବରରେ ପହଞ୍ଚିଲା ସମ୍ପର୍କୀୟଙ୍କୁ ଧରି ଚେନ୍ନାଇରୁ ଆସୁଥିବା ଟ୍ରେନ

ଏହା ବି ପଢନ୍ତୁ- Odisha train accident: ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା

ଯାହାଦ୍ବାରା ସଙ୍କାରେ ଥିବା ସମ୍ପର୍କୀୟମାନେ ନିଜ ପରିଜନ ବିଷୟରେ ଜାଣିପାରିବେ । କାରଣ 2 ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଯେଉଁମାନେ ଟ୍ରେନରେ ଥିଲେ ସେମାନେ କିଭଳି ଅବସ୍ଥାରେ ଅଛନ୍ତି ସେ ନେଇ ଜାଣିପାରୁନାହାନ୍ତି ସମ୍ପର୍କୀୟ। ସେହିପରି ଆଉ କିଛି ଆହତ ମଧ୍ୟ ଭୁବନେଶ୍ବରର ବିଭିନ୍ନ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯାହାଙ୍କୁ ମଧ୍ୟ ଚିହ୍ନଟ ପାଇଁ ରେଳ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି । ଯେଉଁ ମୃତଦେହର କୌଣସି ଖୋଜ ଖବର ନାହିଁ ସେମାନଙ୍କୁ ତାଙ୍କ ସମ୍ପର୍କୀୟ କିପରି ଚିହ୍ନିବେ ସେ ନେଇ ମଧ୍ୟ ଏକ ହେଲ୍ପ ଡେସ୍କ ସହ କିଛି ଗାଡିର ବ୍ୟବସ୍ଥା ରହିଛି ।

ଷ୍ଟେସନରେ ରହିଛି ହେଲ୍ପ ଡେସ୍କ

କିଛି ରେଳ ଅଧିକାରୀ ମଧ୍ୟ ଏନେଇ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ ସମ୍ପର୍କୀଯଙ୍କୁ ନେଇ ଚେନ୍ନାଇ ଓ ଭଦ୍ରକରୁ ଆସୁଥିବା 2ଟି ସ୍ବତନ୍ତ୍ର ଟ୍ରେନ ଇତି ମଧ୍ୟରେ ଭୁବନେଶ୍ବର ରେଳ ଷ୍ଟେସନରେ ପହଞ୍ଚିସାରିଛି । ଭଦ୍ରକରୁ ଆସୁଥିବା ଟ୍ରେନଟି ମୃତଦେହକୁ ନେଇ ଚେନ୍ନାଇ ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ପାଖାପାଖି ୪୦ରୁ ୫୦ଜଣ ଅଧିକାରୀ ଓ ୨୦ରୁ ୩୦ଟି ଗାଡି ଓ କିଛି ଆମ୍ବୁଲାନସ ମଧ୍ୟ ବ୍ୟବସ୍ଥା ହୋଇଛି । ପରିବହନ ବିଭାଗ ଓ ବିଏମସି ମୃତକଙ୍କୁ ଚିହ୍ନଟ ଦାୟିତ୍ବ ଥିବା ବେଳେ ଆହତଙ୍କ ପାଇଁ ଭୁବନେଶ୍ବର ଷ୍ଟେସନ ପରିସରରେ ରେଳ‌ ଅଧିକାରୀ ଆଲର୍ଟ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 4, 2023, 5:20 PM IST

ABOUT THE AUTHOR

...view details