ଓଡିଶା

odisha

Train Tragedy: ମୃତାହତଙ୍କୁ ଚହ୍ନଟ ପାଇଁ ଲିଷ୍ଟ୍‌ ଜାରି, ଏହି ୱେବ୍‌ସାଇଟ୍‌ରେ ଉପଲବ୍ଧ

By

Published : Jun 4, 2023, 1:21 PM IST

Etv Bharat

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଓ ଆହତଙ୍କ ବିବରଣୀ ଓ୍ବେସାଇଟରେ ଉପଲବ୍ଧ । ଅଧିକ ପଢନ୍ତୁ

ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଅନେକ ଆହତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମ୍ପର୍କୀୟମାନେ କିଭଳି ଏମାନଙ୍କୁ ସହଜରେ ଚିହ୍ନଟ କରିପାରିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତିନୋଟି ଓ୍ବେବ୍‌ସାଇଟରେ ସମସ୍ତ ଆହତଙ୍କ ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି । ଚିହ୍ନଟ ପ୍ରକ୍ରିୟାକୁ ସହଜ କରିବା ପାଇଁ ମୃତ ଯାତ୍ରୀଙ୍କ ତାଲିକା ସହ ଫଟୋ ମଧ୍ୟ ଓ୍ବେବସାଇଟରେ ଉପଲବ୍ଧ ରହିଛି । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟ୍ରେନରେ ଯାତ୍ରା କରିଥିବା ସମ୍ପର୍କୀୟଙ୍କ ପତ୍ତା ପାଇ ପାରି ନାହାନ୍ତି ସେମାନେ ଏହି ଓ୍ବେବ୍‌ସାଇଟ୍‌କୁ ଯାଇ ନିଜ ସମ୍ପର୍କୀୟଙ୍କୁ ଖୋଜି ପାରିବେ ।

ମୃତାହତଙ୍କୁ ଚହ୍ନଟ ପାଇଁ ଲିଷ୍ଟ୍‌ ଜାରି
  • https://srcodisha.nic.in/
  • https://www.bmc.gov.in
  • https://www.osdma.org
ମୃତାହତଙ୍କୁ ଚହ୍ନଟ ପାଇଁ ଲିଷ୍ଟ୍‌ ଜାରି

ମୃତକଙ୍କ ବିବରଣୀ ପାଇଁ ବିଏମସି ହେଲ୍ପ ଲାଇନ ନମ୍ବର ବି ଜାରି କରିଛି । ସମ୍ପର୍କୀୟ ମାନେ ୧୯୨୯କୁ କଲ୍‌ କରି ମୃତକଙ୍କ ସମ୍ପର୍କରେ ତଥ୍ୟ ଜାଣିପାରିବେ । ବିଏମ୍ସିର ଓ୍ବେବ୍‌ସାଇଟ୍‌ରେ ମୃତକଙ୍କ ଫୋଟୋ ଓ ମିଳିଥିବା ବିବରଣୀ ମଧ୍ୟ ଅପ୍‌ଲୋଡ୍‌ କରାଯିବ । ବିଏମସିର ମୁଖ୍ୟ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ୍‌ ଖୋଲାଯାଇଛି । ସେଠାକୁ ଆସି ମଧ୍ୟ ସମ୍ପର୍କୀୟ ବିବରଣୀ ନେଇପାରିବେ । ଏହାସହ ଯେଉଁମାନେ ଭୁବନେଶ୍ୱରରେ ଅନ୍ତିମ ସଂସ୍କାର କରିବା ପାଇଁ ଚାହିଁବେ ସେମାନଙ୍କୁ ମଧ୍ୟ ବିଏମସି ସହାୟତା ଯୋଗାଇଦେବ । ଏଥିସହ ଅନ୍ୟାନ ବ୍ୟବସ୍ଥା ବି କରାଯାଇଛି । ଯଦି ସମ୍ପକୀୟ ମୃତଦେହ ନିଜ ଅଞ୍ଚଳକୁ ନେବାକୁ ଚାହିଁବେ ତେବେ ତାଙ୍କୁ ବିଏମସି ପକ୍ଷରୁ ସହାୟତା ଯୋଗାଇ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ।

ମୃତାହତଙ୍କୁ ଚହ୍ନଟ ପାଇଁ ଲିଷ୍ଟ୍‌ ଜାରି

ଆଜି ସକାଳ ସମୟରେ ବାଲେଶ୍ବରରୁ 160 ମୃତଦେହ ଭୁବନେଶ୍ବରରେ ଆସି ପହଞ୍ଚିଛି । ଭୁବନେଶ୍ୱର ଆସି ସମ୍ପର୍କୀୟମାନେ ତାଙ୍କ ପରିବାର ସଦସ୍ୟଙ୍କୁ ଚିହ୍ନଟ କରିବେ । ତାପରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବେ । ମୃତଦେହକୁ ବାହାନଗରରୁ ଅଣାଯାଇ ହସ୍ପିଟାଲଗୁଡିକରେ ସଂରକ୍ଷିତ କରି ରଖାଯାଇଛି । ମୃତଦେହ 48 ଘଣ୍ଟା ଭିତରେ ଚିହ୍ନଟ ନହେଲେ ଏହାକୁ ଏଠାରେ ହିଁ ସଂସ୍କାର କରାଯିବ ନେଇ ସୂଚନା ରହିଛି ।

ଦୁର୍ଘଟଣା ଘଟିଥିବା ରେଳ ଧାରଣାରେ ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ରେଳମନ୍ତ୍ରୀ । ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ମୂଳ କାରଣ ଜଣାପଡ଼ିଥିବା କହିଥିଲେ ମନ୍ତ୍ରୀ । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏତେ ବଡ଼ ଅଘଟଣ ଘଟିଥିଲା । ଦୁର୍ଘଟଣା ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସମୟରେ ଏଭଳି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ଟ୍ରେନ୍‌ ଦୁର୍ଘଟଣା ନେଇ ସକାଳ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଦୁଇ ବରିଷ୍ଠ ନେତା ଟେଲିଫୋନରେ ଦୀର୍ଘ ସମୟ ଧରି କଥା ହୋଇଥିଲେ । ତ୍ବରିତ ପଦକ୍ଷେପ ଯୋଗୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details