ଓଡିଶା

odisha

Odisha Train Accident: ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଓଡିଶାକୁ ଧନ୍ୟବାଦ ଜଣାଇଲେ ମୋଦି

By

Published : Jun 4, 2023, 11:23 AM IST

cm naveen patnaik speaks to pm modi today

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ବରିଷ୍ଠ ନେତାଙ୍କ ମଧ୍ୟରେ ଟେଲିଫୋନରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ତ୍ୱରିତ ପଦକ୍ଷେପ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର:ବାହାନଗା ଟ୍ରେନ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ବରିଷ୍ଠ ନେତା ଟେଲିଫୋନରେ ଦୀର୍ଘ ସମୟ ଧରି କଥା ହୋଇଛନ୍ତି । ତ୍ବରିତ ପଦକ୍ଷେପ ଯୋଗୁଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସ୍ଥାନୀୟ ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

ଫୋନ୍‌ ଯୋଗେ ରେଳ ଦୁର୍ଘଟଣାର ସାମ୍ପ୍ରତିକ ସ୍ଥିତି ବାବଦରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ବର୍ତ୍ତମାନର ସ୍ଥିତି, ଗୁରୁତର ଓ ଆହତଙ୍କ ଅବସ୍ଥା, ମୃତଦେହ ସଂରକ୍ଷଣ, ସହାୟତା ରାଶି ପ୍ରଦାନ ବାବଦରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ବିଶେଷ କରି ଦୁର୍ଘଟଣାରେ ଆହତ ଚିକିତ୍ସା ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭୁବନେଶ୍ୱର, କଟକ, ଭଦ୍ରକ ଓ ବାଲେଶ୍ଵରରେ ଚିକିତ୍ସାଧୀନ ଥିବା ଗୁରୁତରଙ୍କ ଚିକିତ୍ସା ବାବଦରେ ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଜୀବନ ବଞ୍ଚାଇବା ଲାଗି ଯଥାସମ୍ଭବ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏଭଳି ପରିସ୍ଥିତିରେ ଡାକ୍ତର, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଆଗେଇ ଆସିଛନ୍ତି ।

ପ୍ରତ୍ୟେକ ଜୀବନ ଗୁରୁତ୍ୱପୂର୍ଣ୍ଣ, ଏହି ନୀତିକୁ ଦୁର୍ଘଟଣା ଘଟଣା ସମ୍ନାକୁ ଆସିବାଠାରୁ ଲାଗୁ ହୋଇଛି । ଉଦ୍ଧାର କାର୍ଯ୍ୟ, ଡାକ୍ତରଖାନା ସ୍ଥାନାନ୍ତରଣ, ଚିକିତ୍ସା ବ୍ୟବସ୍ଥାରେ ଏହା ଲାଗୁ କରାଯାଇଛି । ଜୀବନ ବଞ୍ଚାଇବା ଲାଗି ରାଜ୍ୟ ସରକାର କୌଣସି ବ୍ୟବସ୍ଥା ହାତଛଡ଼ା କରିନାହାନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା 1175 ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ 793 ବର୍ତ୍ତମାନର ସୁଦ୍ଧା ଡିସ୍‌ଚାର୍ଜ ହୋଇଛନ୍ତି । ଅଧିକାଂଶ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । 382 ଜଣ ଯାତ୍ରୀ ଚିକିତ୍ସା ପାଉଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସେମାନଙ୍କର ଚିକିତ୍ସା କରାଯାଉଛି ।

ଜାତୀୟ ବିପଦ ସମୟରେ ଓଡ଼ିଶା ସବୁବେଳେ ଆଗକୁ ଆସି କାମ କରିଛି । ବାଲେଶ୍ଵର ରେଳ ଦୁର୍ଘଟଣା ଆଉ ଏକ ପ୍ରମାଣ ସୃଷ୍ଟି କରିଛି । ଓଡ଼ିଶାର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରୁଛି ବିଶ୍ଵ । ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶାର ପ୍ରଶଂସା କରିବାରେ ହେଳା କରିନାହାନ୍ତି । ଗୁରୁତ୍ୱପୂର୍ଣ୍ଣ ସମୟରେ ଅଗୁଆ ଓ ସମୟଚିତ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓଡିଶାକୁ ଧନ୍ୟବାଦ ଜଣାଇଛନ୍ତି । ଆବଶ୍ୟକ ସମୟରେ କୌଣସି ପ୍ରକାର ସାହାଯ୍ୟ କରିବାକୁ କେନ୍ଦ୍ର ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀ, ସ୍ଥାନୀୟ ଲୋକ, ରକ୍ତଦାତା ଓ ଅନ୍ୟାନ୍ୟ ସହଯୋଗକାରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details