ଓଡିଶା

odisha

Balasore Train Accident: ବାହାନଗାରେ କଂଗ୍ରେସ ନେତା ଅଧୀର ରଞ୍ଜନ, ହଟିଲା କ୍ଷତିଗ୍ରସ୍ତ ବଗି

By

Published : Jun 4, 2023, 11:06 AM IST

Updated : Jun 5, 2023, 10:01 AM IST

Adhir Ranjan Chowdhury reaches train accident spot

ଟ୍ରେନ ଦୁର୍ଘଟଣା ଘଟଣା। ବାହାନଗାରେ ପହଞ୍ଚିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ଅଧିକ ପଢନ୍ତୁ

Adhir Ranjan Chowdhury reaches train accident spot

ବାଲେଶ୍ବର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟଣା। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଜାରି ରହିଛି ମରାମତି କାର୍ଯ୍ୟ । ଏହାରି ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ତାଙ୍କ ସାଙ୍ଗରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଦୁର୍ଘଟଣା ଘଟିବା ପରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଯଦି ଦୁର୍ଘଟଣା ପୂର୍ବରୁ ଏହି ପ୍ରକାର ପ୍ରସ୍ତୁତି କରାଯାଇଥାନ୍ତା ତେବେ ଏହି ବଡ଼ ଦୁର୍ଘଟଣା ଘଟିନଥାନ୍ତା ବୋଲି କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ ।

ଅନ୍ୟପଟେ ପୁନରୁଦ୍ଧାର କାର୍ଯ୍ୟରେ ଏକ ହଜାରରୁ ଅଧିକ ମାନବ ସମ୍ବଳ ସହ ୭ଟି ପ୍ରୋକ୍ଲିନ ମେସିନ, ଦୁଇଟି ଦୁର୍ଘଟଣା ରିଲିଫ ଟ୍ରେନ ଓ ରୋଡ କ୍ରେନ୍‌ ନିୟୋଜିତ ହୋଇଛନ୍ତି । ରେଳ ଚଳାଚଳ ସ୍ବାଭାବିକ କରିବାକୁ ରେଳ ଧାରଣାରୁ ବଗି ହଟାଯାଉଛି । ବର୍ତ୍ତମାନ ମାଲବାହି ଟ୍ରେନର 2ଟି ବଗିକୁ ହଠାଇ ଦିଆଯାଇଛି। ଗୋଟିଏ ପାର୍ଶ୍ବରେ ଟ୍ରାକ ସଂଯୋଗ କରାଯାଉଛି। ଖୁବଶୀଘ୍ର ମରାମତି କାର୍ଯ୍ୟ ଶେଷ ହେବା ନେଇ କହିଛନ୍ତି ଦକ୍ଷିଣ ପୂର୍ବ ରେଳ ବିଭାଗର ସିପିଆରଓ ଆଦିତ୍ୟ କୁମାର ଚୌଧୁରୀ ।

ଆଜି ସକାଳ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ଆଜି ଗୋଟିଏ ଟ୍ରାକ୍‌ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଟ୍ରେନ୍‌ ଟ୍ରାଜେଡିର ତଦନ୍ତ ସରିଯାଇଥିବା ବେଳେ ଖୁବଶୀଘ୍ର ସେଫ୍ଟି କମିଶନ ରିପୋର୍ଟ ଦାଖଲ କରିବେ, ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ଟ୍ରେନ ଦୁର୍ଘଟଣାରେ ମୃତକ ଓ ଆହତଙ୍କ ସଂଖ୍ୟା ବଢୁଥିବା ବେଳେ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ଶେଷ ପରେ ହିଁ ପ୍ରକୃତ ସଂଖ୍ୟା ଆସିବ ବୋଲି କୁହାଯାଉଛି । ଅନ୍ୟପଟେ ଅନେକ ଟ୍ରେନ୍‌ ବାତିଲ ହୋଇଥିବା ବେଳେ ସୋରରୁ ଭୁବନେଶ୍ୱର ଓ ବାଲେଶ୍ୱରରୁ ହାୱଡା ଅଭିମୁଖେ ଟ୍ରେନ୍‌ ଚଳାଚଳ ହେଉଛି ଦୁର୍ଘଟଣାରେ ବ୍ୟାପକ କ୍ଷୟକ୍ଷତି ହୋଇ ରେଳ ଲାଇନ ଓ ବିଦ୍ୟୁତ ତାର ଖୁଣ୍ଟ ଭାଙ୍ଗି ଯାଇଛି । ଏମିତି କି ଟ୍ରେନ୍‌ ଭିତରେ ରେଳ ଲାଇନ କଟି ପଶି ଯାଇଥିବା ଦେଖିବାକୁ ମିଳିଛି । ଏହିସବୁ ଭଙ୍ଗାରୁଜା ବିଦ୍ୟୁତ ଖୁଣ୍ଟ, ରେଳ ଲାଇନ ସଜାଡ଼ିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥିପାଇଁ ବଗିଗୁଡିକୁ ଉଠାଇବା ପାଇଁ ତିନୋଟି ବୁଲଡୋଜର ନିୟୋଜିତ ହୋଇଥିଲା । ବଗିଗୁଡ଼ିକ ଲାଇନ୍‌କୁ ଉଠାଇବା ପରେ ଏବେ ବିଦ୍ୟୁତ ତାର ସଂଯୋଗ କରାଯାଉଛି । ଅନ୍ୟପଟେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଭଦ୍ରକରୁ ଚେନ୍ନାଇ ଅଭିମୁଖେ ଚଳାଚଳ ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ରେଳ ଚଳାଚଳରେ ସୁଧାର ଆଣିବା ପାଇଁ ଏକ ପ୍ରକାର ତତ୍ପରତା ପ୍ରକାଶ ପାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Jun 5, 2023, 10:01 AM IST

ABOUT THE AUTHOR

...view details