ଓଡିଶା

odisha

Odisha Train Crash: ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି

By

Published : Jun 4, 2023, 12:51 PM IST

US President condoles loss of lives in Odisha train crash

ବାଲେଶ୍ବରରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି । ଅଧିକ ପଢନ୍ତୁ

ୱାଶିଂଟନ:ବାଲେଶ୍ବରରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏନେଇ ଋଷିଆ ଠାରୁ ଆରମ୍ଭ କରି ଜାପାନ ଯାଏଁ ବଡ ବଡ ବିଶ୍ବନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । ସାରା ବିଶ୍ବରୁ ସହାନୁଭୂତି ଓ ସମବେଦନାର ସୁଅ ଛୁଟିଛି । ଏହି କ୍ରମରେ ସୁପରପାୱାର ଦେଶ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହି ଦୁର୍ଘଟଣା ଖବରରେ ସେ ଖୁବ୍ ମର୍ମାହତ ବୋଲି କହିଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

ରାଷ୍ଟ୍ରପତି ବାଇଡେନ ଓ ଆମେରିକାର ପ୍ରଥମ ମହିଳା ଜିଲ୍ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି, "ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଭୟଙ୍କୟ ଟ୍ରେନ ଦୁର୍ଘଟଣା ଖବର ଜାଣି ଆମେ ଦୁହେଁ ଖୁବ୍ ମର୍ମାହତ । ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକ ଏବଂ ଆହତ ମାନଙ୍କ ପାଇଁ ପ୍ରାର୍ଥନା କରୁଛୁ । ଭାରତ ଓ ଆମେରିକା ମଧ୍ୟରେ ଗଭୀର ସମ୍ପର୍କ ରହିଛି । ପରିବାର ଓ ସଂସ୍କୃତି ଦୁଇ ଦେଶକୁ ଯୋଡିଛି । ଏଭଳି ଦୁଃଖଦ ସମୟରେ ଭାରତ ସହିତ ଆମେରିକା ଅଛି । ଆମେରିକାବାସୀ ଭାରତୀୟଙ୍କ ସହ ଶୋକ ପାଳୁଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆମେ ଭାରତ ପାଇଁ ପ୍ରାର୍ଥନା କରୁଛୁ ।" ହ୍ବାଇଟ ହାଉସ ପକ୍ଷରୁ ଏହି ବିବୃତ୍ତି ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ : Train tragedy: ଶୋକ ପ୍ରକାଶ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ବିଦେଶରୁ ଛୁଟୁଛି ସମବେଦନା

ଗତ ଶୁକ୍ରବାର ରାତିରେ ବାଲେଶ୍ବର ବାହାନଗାଠାରେ ୩ଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଓଡ଼ିଶା ଇତିହାସରେ ଏହି ସବୁଠୁ ବଡ ଟ୍ରେନ୍‌ ଦୁର୍ଘଟଣା ସାରା ବିଶ୍ବକୁ ଦୋହଲାଇ ଦେଇଛି । ଏହି ଦୁର୍ଘଟଣାରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୧୦୦୦ ଲୋକ ଆହତ ହୋଇଛନ୍ତି । ଏନେଇ ସେଲିବ୍ରିଟିଠାରୁ ବିଶ୍ବ ନେତା ଯାଏଁ ସମସ୍ତ ଦୁଃଖ ପ୍ରକାଶ କରିଛନ୍ତି । କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଇଟାଲି, ତାଞ୍ଜାନିଆ, ଚୀନ ଆଦି ପ୍ରମୁଖ ଦେଶ ଓ ମିଳିତ ଜାତିସଂଘ ଭାରତ ପାଇଁ ପ୍ରାର୍ଥନା କରିବା ସହ ନିଜ ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡିଥିବା ପରିବାର ବର୍ଗ ପ୍ରତି ସହାନୁଭୂତି ଜଣାଇଛନ୍ତି । ଏହାପୂର୍ବରୁ ଭାରତରେ ଅବସ୍ଥାପିତ ଆମେରିକା ଦୂତାବାସ ପକ୍ଷରୁ ମଧ୍ୟ ବାଲେଶ୍ବରରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ନେଇ ଶୋକ ବ୍ୟକ୍ତ କରାଯାଇଥିଲା ।

ABOUT THE AUTHOR

...view details