ଓଡିଶା

odisha

Train Tragedy: ଦୁର୍ଘଟଣାର ମୂଳ କାରଣ ଜଣାପଡିଲା, ଜାଣନ୍ତୁ କ'ଣ

By

Published : Jun 4, 2023, 11:51 AM IST

Train Tragedy in Odisha

ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଘଟିଥିଲା ଦୁର୍ଘଟଣା । ସୂଚନା ଦେଲେ ରେଳମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ବର: ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାର ମୂଳ କାରଣ ଜଣାପଡିଛି । ଏଥିପାଇଁ ଯିଏ ଦାୟୀ ତାକୁ ଚିହ୍ନଟ କରାଯାଇଛି । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଏତେ ବଡ ଅଘଟଣ ଘଟିଛି । ଦୁର୍ଘଟଣା ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସମୟରେ ଏଭଳି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ହିଁ ଦୁର୍ଘଟଣା ପଛର କାରଣ ବୋଲି ସେ କହିଛନ୍ତି ।

କେମିତି ଏତେ ବଡ଼ ଅଘଟଣ ଘଟିଗଲା ? କାହାର ଦାୟିତ୍ବହୀନତା ପାଇଁ ଏମିତି ହେଲା ? ଦୋଷ କାହାର ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଠୁଥିବା ବେଳେ ଦୁର୍ଘଟଣାର କାରଣ ମିଳି ସାରିଛି । ରେଳମନ୍ତ୍ରୀ କହିଛନ୍ତି ଯେ, ଦୁର୍ଘଟଣାର ତଦନ୍ତ ଶେଷ ହୋଇଛି । ରେଲୱେ କମିଶନର ଏହାର ତଦନ୍ତ କରିଛନ୍ତି । ଖୁବଶୀଘ୍ର ତଦନ୍ତ ରିପୋର୍ଟ ଦାଖଲ ହେବ । ତଦନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିବା । କିନ୍ତୁ ଦୁର୍ଘଟଣାର କାରଣ ଓ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସାରିଛି । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁଁ ଟ୍ରେନ ଦୁର୍ଘଟଣା ଘଟିଥିଲା ।

ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳମନ୍ତ୍ରୀ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି । ବୁଧବାର ସକାଳ ସୁଦ୍ଧା ରେଳଧାରଣା ମରାମତି କାର୍ଯ୍ୟ ସରିଯିବ ବୋଲି ଟାର୍ଗେଟ ରହିଛି । ଯୁଦ୍ଧକାଳୀନ ଭିତରେ ମରାମତି କାର୍ଯ୍ୟ ଚାଲିଛି । ରେଳ ଧାରଣାରୁ ବଗି ହଟାଯାଉଛି । ଆସନ୍ତାକାଲି ଭିତରେ ରେଳ ଧାରଣା ସଂଯୋଗୀକରଣ କାର୍ଯ୍ୟ ଶେଷ ହୋଇପାରେ । ଏହି କାର୍ଯ୍ୟରେ ୧ ହଜାରରୁ ଅଧିକ ଲୋକ ନିୟୋଜିତ କରାଯାଇଛି । ୭ଟି ପ୍ଲୋକେନ ମେସିନ, ୨ଟି ଦୁର୍ଘଟଣା ରିଲିଫ ଟ୍ରେନ, ୩ରୁ ୪ଟି ରେଲୱେ ଓ ରୋଡ କ୍ରେନ ନିୟୋଜିତ ଅଛି । ରେଲୱେର ବରିଷ୍ଠ ଅଧିକାରୀମାନେ ମରାମତି କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି । ରେଳମନ୍ତ୍ରୀ ମଧ୍ୟ ସକାଳେ ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି ।

ଗତ ଶୁକ୍ରବାର ରାତିରେ ବାହାନଗା ଷ୍ଟେସନ ନିକଟରେ ଟ୍ରିପଲ ଟ୍ରେନ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସାରା ବିଶ୍ବ ସ୍ତବ୍ଧ ହୋଇଯାଇଥିଲା । ଶତ୍ରୁ ଦେଶଠାରୁ ଆରମ୍ଭ କରି ମିତ୍ର ଦେଶ ଯାଏଁ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଦୁର୍ଘଟଣାରେ ୨୮୮ ପ୍ରାଣହାନି ହୋଇଥିଲା । ପାଖାପାଖି ଏକ ହଜାର ଯାତ୍ରୀ ଆହତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details