ବିଜେଡିରେ ସାମିଲହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

author img

By

Published : May 1, 2022, 9:44 PM IST

ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ

ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ BJDରେ ମିଶିଲେ କଂଗ୍ରେସ ଓ ବିଜେପି କର୍ମୀ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଫାଶିଓଦା ପଞ୍ଚାୟତରେ ବିଜୁ ଜନତା ଦଳ(BJD) ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ବହୁ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ଫାଶିଓଦା ଗ୍ରାମ ପଞ୍ଚାୟତରେ ଆଜି ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା ।

ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ କର୍ମୀ

ଏଥିରେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ପଞ୍ଚାୟତର ବହୁ କଂଗ୍ରେସ ଓ ବିଜେପି କର୍ମୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।

ଅନ୍ୟଦଳର କର୍ମୀଙ୍କର ଦଳରେ ଯୋଗଦାନ ପରେ ଫାଶିଓଦା ପଞ୍ଚାୟତରେ ବିଜୁ ଜନତା ଦଳ ସ୍ଥିତି ଆହୁରି ମଝବୁତ ହେବ କହିଛନ୍ତି ବିଧାୟକ । ଏହି ମିଶ୍ରଣ ପର୍ବରେ ବିଧାୟକଙ୍କ ସହ ବିଜୁ ଜନତା ଦଳର ବହୁ ନେତା ସାମିଲ ହୋଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.